Join Our WhatsApp Channel Click Here !

ବିଜେଡିକୁ ଜିତାଇବାରେ ବଡ ଭୂମିକା ଗ୍ରହଣ କରିପାରେ ଫ୍ରୀ ବିଜୁଳି ବିଲ୍

ବିଜେଡିକୁ ଜିତାଇବାରେ ବଡ ଭୂମିକା ଗ୍ରହଣ କରିପାରେ ଫ୍ରୀ ବିଜୁଳି ବିଲ୍ । ହଁ ଆଜ୍ଞା ବିଜେଡିର ଇସ୍ତାହାର ଅନୁସାରେ ଦଳ କ୍ଷମତାକୁ ଆସିଲେ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର ପାଇଁ ଶୂନ ବିଲ୍ ଓ ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ୫୦ ୟୁନିଟ୍ ପାଇଁ ରିହାତି ମିଳିବ । ରାଜ୍ୟର ୮୫-୯୦% ଜନସଂଖ୍ୟାକୁ ଏହି ସୁବିଧା ମିଳିବ । ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ବିଦ୍ୟୁତ୍ ସବସିଡି ଲାଗୁ ହେବ । ଦେଶର ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା, ଏବଂ ବିଜୁଳି ବିଲକୁ ନେଇ ସାଧାରଣ ଲୋକେ ସମସ୍ୟା ଭୋଗୁଥିବା ବେଳେ ଓଡିଶାରେ ବିଜେଡିର ଏହିନିଷ୍ପତି ରାଜ୍ୟବାସୀଙ୍କୁ ଆଣିପାରେ ଆଶ୍ବସ୍ତି । ଚାଷ କାର୍ୟ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବା ବୋଧହୁଏ ରାଜ୍ୟରେ କ୍ଷମତାଶିଳ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଏଭଳି ପ୍ରତିଶ୍ରୁତି ଦେଇଛି ।

କିନ୍ତୁ ବିଜେଡିର ଏହି ଇସ୍ତାହାର ଦଳର ଜିତାପଟ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଓଡ଼ିଶାର ୭୫ ପ୍ରତିଶତ ପରିବାର ୧୦୦ୟୁନିଟରୁ କମ୍ ବିଦ୍ୟୁତ ବ୍ୟବହାର କରୁଛନ୍ତି । ଅନ୍ୟ ୧୦ ପ୍ରତିଶତ ପରିବାର ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଛନ୍ତି । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟନ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଉଛି । ତେଣୁ ଶକ୍ତି ସୁରକ୍ଷା ସହିତ ଏହି ୮୫-୯୦% ଜନସଂଖ୍ୟା ପାଇଁ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ଉପଯୋଗ କରୁଥିବା ଗ୍ରାହକମାନେ ଶୂନ ବିଲ୍ ପାଇବେ । ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ଗ୍ରାହକଙ୍କୁ ୫୦ୟୁନିଟ୍ ପାଇଁ ରିହାତି ମିଳିବ । ମଧ୍ୟବିତ୍ତ ପରିବାରଙ୍କୁ ବିଦ୍ୟୁତ ସବସିଡି ମିଳିବ । ଚାଷୀଙ୍କୁ ଚାଷ କାର୍ୟ୍ୟ ପାଇଁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ଯାହା ବିଜେଡି ଭୋଟ ସଂଖ୍ୟାକୁ ବଢାଇ ପାରେବୋଲି ଆଶାକରାଯାଉଛି ।

Post a Comment









Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.