Join Our WhatsApp Channel Click Here !

ପ୍ରକାଶ ପାଇଲା ମାଟ୍ରିକ୍ ଫଳ : ପାସ୍ ହାର ୯୬.୦୭%, ପୁଣି ବାଜି ମାରିଲେ ଝିଅ


ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି। ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଯେଉଁମାନଙ୍କର ମାର୍କିଂରେ ତ୍ରୁଟି ରହିଛି ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। ମେ ୨୯ ରୁ ୧୨ ଜୁନ୍ ଯାଏଁ ରି-ଚେକିଂ ପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ। ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ସେହିପରି ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି। ଗତବର୍ଷ ଏବଂ ଚଳିତ ବର୍ଷ ସମାନ ପାସ୍ ହାର ରହିଛି। 

ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିନ ସାଢେ ୧୧ଟାରେ ମାଟ୍ରିକ୍ ରେଜଲ୍ଟ www.bseodisha.ac.in ଏବଂ www.bseodisha.nic.in ରେ ଉପଲବ୍ଧ ହେବ। ଯେଉଁମାନଙ୍କ ନିକଟରେ ଇଣ୍ଟନେଟ୍‌ର ସୁବିଧା ନାହିଁ ସେମାନେ ଏସଏମଏସ ମାଧ୍ୟମରେ ପରୀକ୍ଷାଫଳ ଜାଣିପାରିବେ। OR10 ଲେଖି ରୋଲ୍ ନମ୍ଵର 5676750କୁ ପଠାଇଲେ ରେଜଲ୍ଟ ମିଳିବ। କୃତୀ ପରୀକ୍ଷାର୍ଥୀମାନେ ଅପରାହ୍ଣ ୪ଟାରେ ଅନଲାଇନ୍‌ ୱେବସାଇଟ୍‌ରେ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ। ଏଥିରେ ପ୍ରଧାନ ଶିକ୍ଷକମାନଙ୍କର ଡିଜିଟାଲ ଦସ୍ତଖତ ରହିବ।  
ALL THE BEST :)

ବିଦ୍ୟାଳୟର ମୁଖ୍ୟ/ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଟାବୁଲେସନ୍‌ ରେଜିଷ୍ଟର୍‌କୁ ଡାଉନ୍‌ଲୋଡ୍‌ କରିପାରିବେ। ଚଳିତ ବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍‌ ‌ ବୋର୍ଡ ସାର୍ଟିଫିକେଟ୍‌ ପ୍ରଦାନ ବ୍ୟବସ୍ଥା ହୋଇଛି। ରବିବାର ଅପରାହ୍ଣ ୪ଟାରୁ ଅନ୍‌ଲାଇନ୍‌ରେ ମାଟ୍ରିକ୍‌, ମଧ୍ୟମା ଓ ଓପନ୍‌ ସ୍କୁଲ ପରୀକ୍ଷାର ଡିଜିଟାଇଜ୍‌ ବୋର୍ଡ ସାର୍ଟିଫିକେଟ୍‌ ଉପଲବ୍‌ଧ ହେବ। ଏହି ଡିଜିଟାଇଜ୍‌ ସାର୍ଟିଫିକେଟ୍‌ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ମାଧ୍ୟମରେ ମଧ୍ୟ ପାଇପାରିବେ। ପରୀକ୍ଷାଫଳ ପ୍ରକାଶ ପରେ ମେ’ ୨୯ରୁ ଜୁନ୍‌ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ। ମାଟ୍ରିକ ପାଇଁ ଅନ୍‌ଲାଇନ୍‌ରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍‌ଲାଇନ୍‌ରେ ରିଚେକିଂ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

إرسال تعليق









Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.